ରଥଯାତ୍ରା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ରଥଯାତ୍ରା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶକୁ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଶଙ୍କରାଚାର୍ଯ୍ୟ । ସୂଚନା ଅନୁସାରେ ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇ ହୋଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ।ଅନ୍ୟପକ୍ଷରେ ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ଦାଣ୍ଡରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଡିଜି। ରଥଯାତ୍ରା ସୁରକ୍ଷାରେ ୧୩ ହଜାର ୫୦୦ ପୋଲିସ ନିୟୋଜିତ ହୋଇଛନ୍ତି । ବିଭିନ୍ନ ଦାୟିତ୍ୱରେ ୨୩ ଜଣ ଆଇପିଏସ ଙ୍କୁ ନିୟୋଜିତ କରାଯାଇଛି । ଶୃଙ୍ଖଲିତ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଟ୍ରାଫିକ ମ୍ୟାନେଜମେଣ୍ଟ ଠାରୁ ଆଇନ ଶୃଙ୍ଖଳା ସବୁକିଛି ପାଇଁ ପୋଲିସ ପ୍ରସ୍ତୁତ । ଟ୍ରାଫିକ ମ୍ୟାନେଜମେଣ୍ଟ ସହ ସମସ୍ତ ଆସୁଥିବା ଯାଉଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ୪୦୦ ରୁ ଅଧିକ ସିସିଟିଭି ଲଗାଯାଇଛି ବୋଲି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

ଅଧିକ ପଢନ୍ତୁ