ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ନିର୍ବନ୍ଧ ହେବ କି !

ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ରିଲ୍‌ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍‌ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ଅନେକ ରିପୋର୍ଟରେ ଦାବି କରାଯାଇଛି ।ଇନଷ୍ଟାଣ୍ଟ ବଲିଉଡ ଅନୁଯାୟୀ, ରଶ୍ମିକା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିବାକୁ ଯାଉଛନ୍ତି ଅର୍ଥାତ ଆସନ୍ତା ଫେବ୍ରୁଆରୀରେ ଦୁହିଁଙ୍କ ନିର୍ବନ୍ଧ ହେବେ । ତେବେ ଏହି ଖବର ଉପରେ ସେମାନଙ୍କ ପକ୍ଷରୁ କୌଣସି ବୟାନ ସାମନାକୁ ଆସି ନାହିଁ ।

ରଶ୍ମିକା ଏବଂ ବିଜୟଙ୍କ ଏନଗେଜମେଣ୍ଟର ଖବର ଶୁଣିବା ପରେ ସେମାନଙ୍କ ପ୍ରଶଂସକମାନେ ଆନନ୍ଦରେ ଡେଇଁପଡୁଛନ୍ତି।ଉଲ୍ଲେଖଯୋଗ୍ୟ ଯେ ରଶ୍ମିକା ମନ୍ଦନା ଏହା ପୂର୍ବରୁ ଲୋକପ୍ରିୟ ସାଉଥ୍ ଷ୍ଟାର ରକସିତ୍ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ । କିନ୍ତୁ ପରେ ଦୁହେଁ କୌଣସି କାରଣ ଯୋଗୁଁ ଅଲଗା ହୋଇଯାଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital