ରାଜନୀତିକୁ ଓହ୍ଲାଇବେ କି ଅଭିନେତା ନାନା ପାଟେକର!

କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଛନ୍ତି ନାନା ପାଟେକର। ଆନ୍ଦେଳନରେ ଯୋଗଦେଇ ସେ ଦେଶର ସବୁ ଭୋଟରଙ୍କୁ ନିର୍ବାଚନ ନେଇ ବଡ ଆହ୍ବନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦%ରେ ପହଞ୍ଚିଛି । ସେ କହିଛନ୍ତି ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ମୋ ପେଟରେ ଯାହା ମୁହଁରେ ତାହା । ଆଉ ଯଦି ମୁଁ କହିଲି, ତେବେ ରାଜନୈତିକ ଦଳ ଗୁଡିକ ମୋତେ ଦିନ କେଇଟାରେ ବାହାର କରିଦେବେ । ମାସେ ମଧ୍ୟରେ ସବୁ ପାର୍ଟିରୁ ବହିଷ୍କାର ହୋଇସାରିଥିବି । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି ।

ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାହା କଥା ବୁଝିବାକୁ କେହି ନାହାନ୍ତି । ତେଣୁ ଆମେ କାହିଁକି ସରକାରଙ୍କ କଥା ଚିନ୍ତା କରିବୁ । ସେ ଆହୁରି କହିଛନ୍ତି, ଯଦି ମୋର ପୁର୍ନଜନ୍ମ ହୁଏ ତେବେ ନିଶ୍ଚୟ ଭାବେ କୃଷକ ହୋଇ ଜନ୍ମନେବି ।

ଅଧିକ ପଢନ୍ତୁ

kc ads