ରାଜନୈତିକ ଜଗତରେ ଥଲାପତି ବିଜୟଙ୍କ ଧମାକାଦାର ଏଣ୍ଟ୍ରି

ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଜାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ଦିନ ସେ ଏହାକୁ ଆହୁରି ଆଗକୁ ନେଇଥିଲେ ଏବଂ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ପାର୍ଟିର ପତାକା ଏବଂ ସଂଗୀତ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଦଳର ସଂଗୀତ ମଧ୍ୟ ଲଞ୍ଚ ହୋଇଥିଲା।ଅଗଷ୍ଟ ୨୨ରେ ଦଳର ପତାକା ଉନ୍ମୋଚନ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଆଜିଠାରୁ ତାମିଲନାଡୁର ପରିସ୍ଥିତି ପୂର୍ବ ତୁଳନାରେ ଉନ୍ନତ ହେବ ବୋଲି ପତାକା ଉନ୍ମୋଚନ ଅବସରରେ ବିଜୟ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital