ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି: ମାଣବସା ଗୁରୁବାର ପାଳି ମାଗିଲେ ନ୍ୟାୟ

ରାସ୍ତାରେ ଝୋଟି ଚିତା ପଡିଛି, ଲକ୍ଷ୍ମୀ ପୁରାଣ ପଢ଼ିବା ସହିତ ମା’ ଲକ୍ଷ୍ମୀଙ୍କ ଫଟୋ, ଭୋଗ ଧାନ ରଖି ରାଜରାସ୍ତାରେ ମାଣବସା ଗୁରୁବାର ପାଳିଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ।୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନ ଚଳାଇଛନ୍ତି । ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି ।ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଳମ୍ବକୁ ବିରୋଧ କରି ସଂଘ ପକ୍ଷରୁ ଏହି ଡାକରା ଦିଆଯାଇଛି ।ଶହ ଶହ ଅଙ୍ଗନବାଡ଼ି କର୍ମୀ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ନଭେମ୍ବର ୨୩ରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୪ ଦିନରେ ପହଞ୍ଚିଛି। ଆଗରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁରର ଦିଦି ଆସିଥିଲେ, ଆଜି ପୁରୀ ଆଉ ନୟାଗଡ଼ ଜିଲ୍ଲା ଅଙ୍ଗନବାଡି କାର୍ମୀ ଯୋଡ଼ି ହୋଇଛନ୍ତି। ଆନ୍ଦୋଳନ ଯୋଗୁଁ ରାଜ୍ୟର ୭୫ ହଜାରରୁ ଅଧିକ କେନ୍ଦ୍ରରେ ତାଲା ପଡ଼ିଛି। ଲିଖିତ ପ୍ରତିଶ୍ରୁତି ନ ମିଳିଲା ଯାଏଁ ସେମାନେ ଗାନ୍ଧିମାର୍ଗ ଛାଡ଼ିବେ ନାହିଁ ବୋଲି ଦାବି କରିଛନ୍ତି।

ଅଧିକ ପଢନ୍ତୁ