ରାଜ୍ୟରେ ଜାରି ରହିଛି ଲଘୁଚାପ, ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସେପ୍ଟେମ୍ବର ପ୍ରଥମ ଦିନରୁ ଓଡ଼ିଶାରେ ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।ମୌସୁମୀ ଋତୁ ଶେଷ ହେବାକୁ ଆହୁରି ପ୍ରାୟ ଏକ ମାସ ବାକି ଥିବାବେଳେ ରାଜ୍ୟ ତାହାର ସାଧାରଣ ମୌସୁମୀ ବର୍ଷା ପରିମାଣକୁ ଆଗୁଆ ଛୁଇଁସାରିଛି । ଅଗଷ୍ଟ ୨୬ ସୁଦ୍ଧା ରାଜ୍ୟରେ ୧,୧୦୩.୯ ମିଲିମିଟର ବର୍ଷା ହୋଇଥିଲା, ଯାହା ସେହି ସମୟର ସ୍ୱାଭାବିକ ୮୪୩ ମିଲିମିଟର ତୁଳନାରେ ୩୦.୯ ପ୍ରତିଶତ ଅଧିକ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବର୍ଷାକୁ ସକ୍ରିୟ ରଖିଛି ।ସେପ୍ଟେମ୍ବରରେ ବି ଭଲ ବର୍ଷା ହୋଇପାରେ ଓଡ଼ିଶାରେ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଆକଳନ କରିଛି, ସେପ୍ଟେମ୍ବର ମାସରେ ଦେଶରେ ସ୍ବାଭାବିକ ଠାରୁ ବର୍ଷା ପରିମାଣ କମ୍ ରହିପାରେ। ଦେଶର ଅନେକ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ରହିବା ସମ୍ଭାବନା ଅଛି। ହେଲେ ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ ପୂର୍ବ ଭାରତର ବହୁ ଅଞ୍ଚଳରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ।

ଅଧିକ ପଢନ୍ତୁ