ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର:ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି

ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ବିସ୍ତୃତ ରିପୋର୍ଟ (DPR) ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଶକ୍ତି ବିଭାଗ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି DPR ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ଆର୍ଥିକ ଓ ବୈଷୟିକ ସହାୟତା ପାଇଁ ପଠାଇବେ।ଘରୋଇକରଣ ହୋଇଯାଇଥିବାରୁ ଭିତ୍ତିଭୂମି ଆବଣ୍ଟନ କରିବା ପାଇଁ TATAକୁ ଦିଆଯାଇଛି । ହାର ଲାଭାଂଶ TATA ପାୱାର ପାଖକୁ ନଯାଇ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆଲୋଚନା କରାଯାଇଛି । ପୂର୍ବରୁ କ୍ଷୟକ୍ଷତିର ଭରଣା କରିବାପାଇଁ ୧୨ଶହ କୋଟି ଟଙ୍କା ରାଜସ୍ୱ ବିଭାଗ ଶକ୍ତି ବିଭାଗକୁ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ବିପର୍ଯ୍ୟୟ ପରେ ରାଜ୍ୟରେ ପଞ୍ଚାୟତିରାଜ, ପୂର୍ତ୍ତ ଏବଂ NHAIକୁ ମଧ୍ୟ ଭିତ୍ତି ଭୂମି ସଜାଡ଼ିବା ପାଇଁ ଦିଆଯାଇଛି । ଏଥିପାଇଁ ବିଶ୍ୱ ବ୍ୟାଙ୍କ୍ ବି ଅନୁଦାନ ଋଣ ଆକାରରେ ଦେଉଛି । ତେଣୁ ଶକ୍ତି ବିଭାଗର ସଚିବଙ୍କ ସହ ଆଲୋଚନା କରାଯାଇଛି । ତୁରନ୍ତ DPR ପ୍ରସ୍ତୁତ କରି ଦେବାପାଇଁ ଯୋଜନା କରାଯାଉଥିବା କଥା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଧିକ ପଢନ୍ତୁ