ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାଁ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ୫୦ରୁ ଅଧିକ ସ୍ଥାନର ସ୍ଥାନର ନାମର ଇଂରାଜୀ ସ୍ପେଲିଂରେ ପରିବର୍ତ୍ତନ ସୁପାରିଶ ପାଇଁ ପ୍ରସ୍ତାବ ରହିଛି । ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗତ ୨ ଜୁନରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। କମିଟି ପୂର୍ବରୁ ପ୍ରାପ୍ତ ବିଭିନ୍ନ ପ୍ରସ୍ତାବର ସମୀକ୍ଷା କରି ଏହି ସୁପାରିସ କରିଛି।କମିଟିର ସୁପାରିସ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ‘Junagarh’କୁ ‘ଜୁନାଗଡ଼ା’, Kandhamalକୁ ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’କୁ ‘ବଣାଇଗଡ଼ା’ ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି।ସେହିପରି ‘Nimapara’ ହେବ ‘ନିମାପଡ଼ା’, ‘Umerkote’ ହେବ ‘ଉମରକୋଟ’, ‘Boudhgarh’ ହେବ ‘ବୌଦ୍ଧଗଡ଼ା’, ‘Rourkela’ ହେବ ‘ରାଉରକେଲା’, ‘Talcher’ ହେବ ‘ତାଳଚେର’ ଏବଂ ‘Soro’ ହେବ ‘ସୋରା’।ତାଲିକାରେ ଗଞ୍ଜାମ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକ୍ର ନାମ ମଧ୍ୟ ରହିଛି। ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ କରିବାକୁ ସୁପାରିସ କରାଯାଇଛି।
