ଅଭିନେତା ମୁକେଶ ଖାନ୍ନା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମୁକେଶ ଖାନ୍ନା କହିଛନ୍ତି ଯେ, ‘ଆନିମଲ୍’ ଫିଲ୍ମ ପରେ ରଣବୀରଙ୍କର ଏକ ନିର୍ଦ୍ଦିଷ୍ଟ ଇମେଜ୍ ତିଆରି ହୋଇ ଯାଇ ଥିଲା।ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ସେ ‘ରାମାୟଣ’ ର ଟ୍ରେଲର୍ ଦେଖିବାକୁ ଚାହୁଁ ଥିଲେ, କିନ୍ତୁ ଦେଖି ନାହାନ୍ତି । ଅନେକ ଲୋକ ତାଙ୍କୁ କହିଥିଲେ ଯେ , ଏଥିରେ ଅତ୍ୟଧିକ ଭିଜୁଆଲ୍ ଇଫେକ୍ଟସ (VFX) ବ୍ୟବହୃତ ହୋଇଛି। ରାମାୟଣରେ ରାମଙ୍କ ଅପେକ୍ଷା ଯଦି ରାବଣକୁ ଅଧିକ ଦେଖାଯାଏ, ତେବେ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଆଘାତ ପହଞ୍ଚିବ ବୋଲି ସେ କହିଛନ୍ତି ।’ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲ୍’ ସହ ଏକ ବିଶେଷ ସାକ୍ଷାତକାରରେ ମୁକେଶ ଖାନ୍ନା କହିଛନ୍ତି, ମୁଁ ଟ୍ରେଲର୍ ଦେଖିବାକୁ ଚାହୁଁ ଥିଲି, କିନ୍ତୁ ଏଥିରେ ଅନେକ ସ୍ପେଶାଲ୍ ଇଫେକ୍ଟସ ରହିଛି ବୋଲି ଶୁଣି ମୁଁ ଏହାକୁ ଦେଖି ନାହିଁ ।ମୁଁ ଭୀଷ୍ମ ପିତାମହ ଭୂମିକାରେ ଭଲ କାମ କରିଥିଲି, ଏହାର ଅର୍ଥ ନୁହେଁ ଯେ ମୁଁ ଜଣେ ବହୁତ ବଡ଼ ଅଭିନେତା । ବରଂ ଡକ୍ଟର ରାହୀ ମାସୁମ୍ ସାହେବ ମୋତେ ରୂପା ଥାଳିରେ ସଜାଇ ବହୁତ ସୁନ୍ଦର ଡାଏଲଗ୍ ଦେଇଥିଲେ । ୟଶଙ୍କୁ ରାବଣ ଭୂମିକାରେ ବୋଧହୁଏ ଏଥିପାଇଁ ପସନ୍ଦ କରାଯାଇଛି, କାରଣ ତାଙ୍କୁ ରାବଣର ଚରିତ୍ର ଦିଆଯାଇଛି ଓ ତାହାକୁ ବଢ଼ା ଯାଇଛି ।’ଆନିମଲ୍’ ଫିଲ୍ମ ପରେ ରଣବୀର କପୁରଙ୍କର ଏକ ନିର୍ଦ୍ଦିଷ୍ଟ ଇମେଜ୍ ତିଆରି ହୋଇଯାଇ ଥିଲା। ମୁଁ ଆଶା କରୁଛି ଯେ, ରଣବୀର ସେହି ଇମେଜକୁ ଏଠାକୁ ନ ଆଣନ୍ତୁ, କାରଣ ତାହା ପିଲାମାନଙ୍କ ପାଇଁ ଏକ ଭୁଲ ଇମେଜ ଥିଲା । ମୁଁ ସେହି ‘ଆନିମଲ୍’ ଫିଲ୍ମକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲି
