ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହେବା ସମ୍ଭାବନା! ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଚଳିତ ମାସର ଶେଷ ସପ୍ତାହରେ ରାଷ୍ଟ୍ରପତିଙ୍କର ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ ହୋଇପାରେ। ଆସନ୍ତା ୨୮ ଓ ୨୯ ଅକ୍ଟୋବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଥିଲା।ପାଣିପାଗ ବିଭାଗ ସୂତ୍ରରୁ ବାତ୍ୟା ସମ୍ଭାବନା ଥିବାରୁ ଓ ପାଗ ଅନୁକୂଳ ନଥିବାରୁ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ଭାବେ ବାତିଲ ହୋଇ ନଥିବା ବେଳେ ଏକ ସପ୍ତାହ ଘୁଞ୍ଚା ଯାଇଛି।ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଭବନରୁ ସେଭଳି କୌଣସି ଚିଠି ଆସିନାହିଁ। ତେବେ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଲୟରେ ବହୁ ବିଶେଷଜ୍ଞ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେବାକୁ ଥିବା ଶିବିର ଆସନ୍ତା ୧ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ