ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ଆରପାରିରେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ଉତ୍ତମ ମହାନ୍ତି । ୬୭ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି ଉତ୍ତମ ମହାନ୍ତି । ତେବେ ଉତ୍ତମଙ୍କ ଦେହାନ୍ତରେ ପୁରା ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା ।ମୁଖ୍ୟମନ୍ତ୍ରୀ,, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଆଦି ଅନେକ ବ୍ୟକ୍ତି ନିଜ ନିଜର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି। ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital