ରିଲିଜ ହେଲା ରାମାୟଣ ପାର୍ଟ-୧, ମେଘନାଦ ଭୂମିକାରେ ରାଘବ ଜୁୟାଲ

ବହୁଦିନର ଅପେକ୍ଷାର ଅନ୍ତ! ବଡ଼ ପରଦାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ମହାଗାଥା ‘ରାମାୟଣ’। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ବହୁଚର୍ଚ୍ଚିତ ଫିଲ୍ମ ନଭେମ୍ବର ୫ରେ ବିଶ୍ୱର ବିଭିନ୍ନ ସିନେମା ହଲ୍‌ରେ ରିଲିଜ୍ ହୋଇଛି। ରିଲିଜ୍ ପରେ ଫିଲ୍ମର ଭବ୍ୟତା, ଅଭିନୟ ଓ ଭିଜୁଆଲ୍ ଇଫେକ୍ଟସ୍‌କୁ ନେଇ ଦର୍ଶକଙ୍କଠାରୁ ପ୍ରଶଂସା ମିଳୁଛି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମା ସୀତା ଏବଂ ସନ୍ନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିଛନ୍ତି । ସେପଟେ ରାବଣ ଭୂମିକାରେ ଅଛନ୍ତି ରକିଂ ଷ୍ଟାର ୟଶ୍

। ରାବଣ ଭୂମିକାରେ ସେ ସର୍ବାଧିକ ସ୍କ୍ରିନ୍ ସ୍ପେସ୍ ପାଇଛନ୍ତି ଏବଂ ତାଙ୍କର ଦମଦାର ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିଛି । ଚଳଚ୍ଚିତ୍ରର ଶେଷ ଭାଗରେ ହନୁମାନଙ୍କ ରୂପରେ ସନି ଦେଓଲଙ୍କ ଏକ ଛୋଟ ଝଲକ ଦେଖିବାକୁ ମିଳିଛି ।ରାବଣଙ୍କ ପୁଅ ମେଘନାଦ ଭୂମିକାରେ ଅଭିନେତା ରାଘବ ଜୁୟାଲ ମାତ୍ର ୫ ସେକେଣ୍ଡର ସିନରେ ନିଜର ଛାପ ଛାଡ଼ିଛନ୍ତି । ରବି ଦୁବେ ଓ ରକୁଲ୍ ପ୍ରୀତ ସିଂ ଲକ୍ଷ୍ମଣ ଏବଂ ଶୂର୍ପଣଖା ଭୂମିକାରେ ନଜର ଆସିଛନ୍ତି । ଲାରା ଦତ୍ତା କକୈୟୀ ଭୂମିକାରେ ନଜର ଆସିଛନ୍ତି ।

ଅଧିକ ପଢନ୍ତୁ