ଶସ୍ତା ଲୋକପ୍ରିୟତା ପାଇଁ ନିଜ ମୃତ୍ୟ ଖବର ଦେବା ହେବ କାଳ

ଗର୍ଭାଶୟ କର୍କଟ ପାଇଁ ସଚେତନତା ଦେବା ପୁନମ୍ ପାଣ୍ଡେଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ନିକଟରେ AICWA ସଭାପତି ସୁରେଶ ଗୁପ୍ତା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା ଅଭିନେତ୍ରୀ ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରିଛନ୍ତି।ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ପୁନମଙ୍କୁ ଲୋକେ ଆହୁରି ବହୁତ ଟ୍ରୋଲ୍‌ କରୁଛନ୍ତି। ସେପଟେ ଦିଲ୍ଲୀ ପୋଲିସ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ବିଶେଷ ପରାମର୍ଶ ଦେଇଛି। ପୁନମଙ୍କ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏହି ପୋଷ୍ଟ ଶେୟାର କରିଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ଓକିଲ ଅଲି କାଶିଫ ଖାନ ଦେଶମୁଖ ଅଭିନେତ୍ରୀ ପୁନମ ପାଣ୍ଡେ, ତାଙ୍କ PR ଦଳ ତଥା ଏଜେନ୍ସିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଇପିସିର ଧାରା ଅନୁଯାୟୀ ମୁମ୍ବାଇ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି। କର୍କଟ ଭଳି ଏକ ଗୁରୁତର ରୋଗ ନାମରେ ପୁନମ୍ ଦେଶରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

ଓକିଲ ଅଭିଯୋଗ କରିଛନ୍ତି ଯେ ଅଭିନେତ୍ରୀ ଏକ ଚିଫ୍‌ ପବ୍ଲିସିଟି ଷ୍ଟଣ୍ଟ କରିଛନ୍ତି । ଯାହା କେବଳ ସାଧାରଣ ଜନତାଙ୍କ ମନରେ ନୁହେଁ ବରଂ ଏହି ଗୁରୁତର ରୋଗରେ ପୀଡିତ ମହିଳାଙ୍କ ମନରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ସେ ନିଜ ସ୍ୱାର୍ଥ ପାଇଁ ଏହା କରିଛନ୍ତି। ଆହୁରି ମଧ୍ୟ, ଏହି କାର୍ଯ୍ୟ ହଟରଫ୍ଲାଇ ଏବଂ ଏହାର PR ଏଜେନ୍ସିର ସହଯୋଗରେ କରାଯାଇଛି ।

ଅଧିକ ପଢନ୍ତୁ