ଶୋଏବ ଦେଇ ନାହାନ୍ତି ଛାଡପତ୍ର ! ସାନିଆ ଭାଙ୍ଗିଛନ୍ତି ସମ୍ପର୍କ

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ସାନିଆଙ୍କ ସପକ୍ଷରେ ଅନେକ ପାକିସ୍ତାନୀ ନାଗରିକ ପୋଷ୍ଟ କରିଛନ୍ତି। ପାକିସ୍ତାନୀ ସାମାଜିକ ଗଣମାଧ୍ୟମରେ ଅନେକ ୟୁଜର୍ସ ସାନିଆଙ୍କୁ ସମର୍ଥନ ଜଣାଇଛନ୍ତି ।

ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ । ତେବେ ଏବେ ପ୍ରଶ୍ନ ଉଠୁଛି କି ଶୋଏବ ସାନିଆଙ୍କୁ ତଲାକ୍‌ ଦେଇଛନ୍ତି କି ନାହିଁ ? ନା ଯେପରି ପ୍ରଥମ ପତ୍ନୀଙ୍କୁ ତଲାକ୍‌ ନଦେଇ ସାନିଆଙ୍କୁ ବିବାହ କରିଥିଲେ। ସେପରି ସାନିଆଙ୍କୁ ବିନା ଛାଡପତ୍ରରେ ତୃତୀୟ ବିବାହ କରିଛନ୍ତି? ଏ ନେଇ ସାନିଆଙ୍କ ବାପା ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତଲାକ୍‌ ହୋଇନାହିଁ, କିନ୍ତୁ ‘ଖୁଲା’ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital