ଶ୍ୱାତୀ ମିଶ୍ରଙ୍କ ୟୁ ଟ୍ୟୁବ୍ ଲିଙ୍କ ସେୟାର କଲେ ମୋଦି | ଜାଣନ୍ତୁ କାହିଁକି ??

ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’।ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଜାନୁୟାରୀ ବୁଧବାର ତାଙ୍କ ‘ଏକ୍ସ’ରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱାଗତରେ ମନ୍ତ୍ରମୁଗ୍ଧ କରିଦେବା ପରି ଏହି ଭଜନ। ଏହି ଭଜନର ବୋଲ ରହିଛି ରାମ ଆୟେଙ୍ଗେ..।

ପ୍ରଧାନମନ୍ତ୍ରୀ ମୋଦି ଏହି ଭଜନର ୟୁ ଟ୍ୟୁବ୍ ଲିଙ୍କ ସେୟାର କରି ଲେଖିଛନ୍ତି ଶ୍ରୀ ରାମ ଲଲାଙ୍କ ସ୍ୱାଗତରେ ଶ୍ୱାତୀ ମିଶ୍ରଜୀଙ୍କ ଭକ୍ତିରେ ଭରା ଏହି ଭଜନ ମନ୍ତ୍ରମୁଗ୍ଧ କରିଦେବା ପରି। ଏହି ଭଜନରେ ଶ୍ୱାତୀ ମିଶ୍ର ଶ୍ୱର ଦେଇଛନ୍ତି, ଯିଏ ବିହାର ଛପ୍ରା ଜିଲ୍ଲାର ବାସିନ୍ଦା।ତେବେ ପୂର୍ବରୁ ଗୀତଟିକୁ ଶୁଣାଯାଉଥିଲେ ହେଁ ମୋଦି ଭିଡିଓ ଶେୟାର କରିବା ପରେ ଏହା ଅଧିକ ଭାଇରାଲ ହେଉଛି। ସେ କାମକୁ ନେଇ ମୁମ୍ବାଇରେ ରହିଆସୁଛନ୍ତି। ପୂର୍ବରୁ ସେ ଅନେକ ଭଜନ ଗାଇଥିଲେ ହେଁ ‘ରାମ ଆଏଗେଁ’ ଗୀତ ତାଙ୍କୁ ଲୋକପ୍ରିୟ କରାଇଛି। ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ସ ମଧ୍ୟ ବଢ଼ୁଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital