ସମୁଦ୍ରରେ ମୃତ୍ୟୁର ତାଣ୍ଡବ, ବୁଡ଼ିଗଲା କାଳୀ ବୋଟ୍’, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ବୁଡ଼ିଗଲା ମାଆ କାଳୀ’ ଟ୍ରଲର। ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ ।ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ ଟ୍ରଲର ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲା ବକଖାଲିଠାରୁ ୩୫ କିମି ଦୂର ଚୁଲକାଟି ଜଙ୍ଗଲ ବାଘେର ଛକଠାରୁ ଟ୍ରଲରକୁ ଠାବ କରାଯାଇଥିବାର ସୂଚନା ମିଳିଛି। ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଉଦ୍ୟମରେ ରକ୍ତାଚର ନିକଟରେ ବୁଡ଼ିଯାଇଥିବା ଏହି ଟ୍ରଲରକୁ ଚିହ୍ନଟ କରାଯାଇଥିଲା। ଏହାପରେ ଟ୍ରଲରକୁ ଟାଣି ଟାଣି ଗୋବର୍ଦ୍ଧନପୁରର ସୀତାରାମପୁର ଉପକୂଳକୁ ଅଣାଯାଇଥିଲା। ବିପଜ୍ଜନକ ସ୍ଥିତିରେ ମଧ୍ୟ ଉଦ୍ଧାରକାରୀ ଦଳ ରାତିସାରା ସମୁଦ୍ର ଗର୍ଭରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ, ଯାହା ପରେ ୯ ଜଣ ମୃତକଙ୍କ ଶରୀରକୁ ବାହାର କରାଯାଇଥିଲା।ସୂଚନାନୁଯାୟୀ,ଉକ୍ତ ଟ୍ରଲରେ ୧ ୫ ଜଣ ମତ୍ସ୍ୟଜୀବୀ ଥିବାବେଳେ ଏଥି ମଧ୍ୟରୁ ଓଡିଶାର ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀ ଗୋଟିଏ ପରିବାରର ୩ ଭାଇ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାବେଳେ ଏହି ମାଛ ଧରା ଟ୍ରଲର ଗଭୀର ସାମୁଦ୍ରିକ ଝଡ଼ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଅନୁମାନ କରାଯାଉଛି।ଟ୍ରଲରରେ ଥିବା ବାକି ୬ ଜଣ ମତ୍ସ୍ୟଜୀବୀ ଏବେ କେଉଁ ସ୍ଥିତିରେ ଅଛନ୍ତି? ସେମାନେ ସମୁଦ୍ର ସ୍ରୋତରେ ଭାସିଯାଇଛନ୍ତି ନା କେଉଁଠି ଅଟକିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢନ୍ତୁ