ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ନଖୋଳି ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ । କବରସ୍ଥାନରେ ହଙ୍ଗାମା କଲେ ରୁକ୍‌ସାନାଙ୍କ ମା’ । ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ କହିଛନ୍ତି । ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବାପରେ ଫେରିଆସିଥିଲେ | ସୂଚନାମୁତାବକ ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ଓ ଏଥିରେ ସମ୍ବଲପୁରୀ ଗାୟକ ରୁକ୍‌ସାନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଗତ ସୋମବାର ସନ୍ଧ୍ୟାରେ ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଭବାନୀପାଟଣା ଟାଉନ ଥାନାରେ ଏକ ୮ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ ପ୍ରକୃତରେ ରୁକ୍‌ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ପାଇଁ କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ।ସେପଟେ ରୁକ୍‌ସାନା ବାନୋଙ୍କ ମୃତ୍ୟୁକୁ ଆଜି ୬ ଦିନ ପୁରିଛି । କବର ଖୋଳି ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଢା ଯାଇଥାନ୍ତା । ତାଙ୍କ ମୃତ୍ୟୁ ପରେ ବିନା ପୋଷ୍ଟମର୍ଟମରେ ଶବକୁ ପୋତି ଦେଇଥିଲେ ପରିବାର ଲୋକେ ।

ଅଧିକ ପଢନ୍ତୁ

Odisha Darpan Digital