ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି

ରାଜ୍ୟର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କରିଛନ୍ତି ।ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁରର ହୋଇଛି ।ସୂଚନାଯୋଗ୍ୟ ଯେ, ଏହି ଅର୍ଥ ୨୦୨୬ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ବାବଦରେ ପ୍ରଦାନ କରାଯିବ । ମଞ୍ଜୁର ହୋଇଥିବା ଅର୍ଥ ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ହିସାବରେ ସମ୍ମାନ ରାଶି ପାଇବେ । ଏହି ଅର୍ଥ ୬ ମାସର ଅବଧି ପାଇଁ ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ