ଗତକାଲି ସରିଛି ଅକ୍ଷୟ ତୃତୀୟା । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨,୦୦୦ ଟଙ୍କାରୁ ଅଧିକ ମହଙ୍ଗା । ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼କୁ ମୁହାଁଇଛନ୍ତି । କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି ହୋଇଛି । ଏ ବର୍ଷ ବିକ୍ରିରେ ପ୍ରାୟ ୧୦% ଅଭିବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା କିଣିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ତେବେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୪୨, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୫୬,୬୫୫ ଟଙ୍କା ରହିଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୫,୦୦୦ ଟଙ୍କା ହୋଇଛି ।
