ସଲମାନ ଖାନଙ୍କ ବିରୋଧରେ ସୋମୀ ଅଲ୍ଲୀଙ୍କ ସଂଗୀନ ଅଭିଯୋଗ ।

ଅଭ‌ିନେତ୍ରୀ ସୋମୀ ଅଲି ନିକଟରେ ରେଡିଟ୍‌ରେ ତାଙ୍କ ଫ୍ୟାନ୍‌ମାନଙ୍କ ସହ ଏଏମ୍‌ଏ (ଆସ୍କ ମି ଏନିଥିଙ୍ଗ୍‌) ସେସନ୍‌ରେ କଥା ହେବାବେଳେ ସଲମାନ ଖାନ୍‌ଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି ତାଙ୍କୁ ଜଣେ ରେଡିଟ ୟୁଜର ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ସେ କହିଛନ୍ତି, ୧୯୯୦ ଦଶକରେ ସଲମାନ୍‌ ଖାନ୍‌ ବାରମ୍ବାର ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାପାଇଁ ବାଧ୍ୟ ହେଲି । ଐଶ୍‌ ମଧ୍ୟ ସଲମାନଙ୍କଠାରୁ ଅଲଗା ହେବା ପରେ ନାନାଦି ଅଭିଯୋଗ ଆଣିଥିଲେ। ପରେ ସେ ଅଭିଷେକଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ।

ଏବେ କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ କେହି ବି ସେନେଇ ସ୍ପଷ୍ଟ କରିନାହାନ୍ତି। ତେବେ ସବୁଠୁ ବଡ କଥା କହିଲେ ସୋମୀ, ଯେ ସେ ଅଭିନୟ ପାଇଁ ବଲିଉଡ୍‌ରେ ପ୍ରବେଶ କରିନଥିଲେ ବରଂ ସଲମାନଙ୍କ ପାଇଁ ଆସିଥିଲେ। ଅନ୍ୟ ଏକ ସମ୍ବେଦନଶୀଳ ଟିପ୍ପଣୀ ଦେଇ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଆମେ ମଧ୍ୟ ଜାଣିନାହୁଁ ‌ଯେ ଜିଆ ଖାନ୍‌ଙ୍କ ସହ କ’ଣ ହେଲା। ସେ ଗର୍ଭବତୀ ଥିଲେ ଏବଂ ଏକ ସିଲିଂ ଫ୍ୟାନ୍‌ରୁ ଝୁଲି ପଡ଼ିଥିଲେ। ଅନ୍ୟପ‌କ୍ଷେ ସଲମାନଙ୍କୁ ବିଷ୍ଣୋ‌ଇ ସମ୍ପ୍ରଦାୟରୁ ହତ୍ୟା ଧମକ ମିଳିବା ସଂକ୍ରାନ୍ତରେ ସେ କହିଛନ୍ତି, ସଲମାନ ହୁଅନ୍ତୁ କି କୌଣସି ଅଚିହ୍ନା ବ୍ୟକ୍ତି ହୁଅନ୍ତୁ ମୁଁ ମୃତ୍ୟୁଦଣ୍ଡ ଏବଂ ହତ୍ୟାକୁ ବିରୋଧ କରେ। ବିଷ୍ଣୋଇକୁ ସେ ବଲିଉଡ୍‌ର ଦାଉଦ୍‌ ଏବଂ ଛୋଟା ସକିଲ୍‌ ବୋଲି ଅଭିହିତ କରିଛନ୍ତି।

ଅଧିକ ପଢନ୍ତୁ