ସଲମାନ ଖାନ୍‌ଙ୍କୁ ପୁଣି ମିଳିଲା ହତ୍ୟା ଧମକ

ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ ପଠାଇଛି, ତଦନ୍ତ ଚଳାଇଛି ପୋଲିସ।ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି। ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।ଗତ କିଛି ବର୍ଷ ଧରି ବଲିଉଡ୍ ଅଭିନେତା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅନେକ ଧମକ ପାଇଛନ୍ତି । ଗତ ବର୍ଷ ଲଗାତାର ସଲମାନଙ୍କୁ ହତ୍ୟା ଧମକ ମିଳି ଆସୁଥିଲା। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏଭଳି କାଣ୍ଡ ଘଟାଇଥିବା ଦାବି ହୋଇଥିଲା । ଏମିତିକି ରାଜନେତା ବାବା ସିଦ୍ଦିକି, ଯିଏକି ସଲମାନଙ୍କ ଭଲ ବନ୍ଧୁ, ତାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ମରାଗଲା।

ଏହା ପରେ ତାଙ୍କୁ ହତ୍ୟା ଧମକର ସୁଆ ଛୁଟିଥିଲା। ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏହି ଗ୍ୟାଙ୍ଗ୍ ଟାର୍ଗେଟ କରୁଥିବାର ଜଣାପଡିଥିଲା, କାରଣ ବିଷ୍ନୋଇ ସମ୍ପ୍ରଦାୟ ପାଇଁ ଏହି ପଶୁ ଧାର୍ମିକ ଗୁରୁତ୍ୱ ବହନ କରନ୍ତି ।

ଅଧିକ ପଢନ୍ତୁ

kc ads