ସାମ୍ବାଦିକମାନଙ୍କ ପାଇଁ ଖୁସି ଖବର ! ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ାରେ ଆବେଦନ କରିପାରିବେ।

ସୂଚନାମୁତାବକ ଓଡ଼ିଶା ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମିଶାଇବା ନେଇ ଚର୍ଚ୍ଚା ଚାଲିଥିବାବେଳେ ସାମ୍ବାଦିକ ସଂଗଠନ ଏବଂ ବିଭିନ୍ନ ମହଲରୁ ଏହାକୁ ଦୃଢ଼ ବିରୋଧ କରାଯାଉଥିଲା ।ବିରୋଧର କାରଣ ହେଲା ଯେ ଗୋପବନ୍ଧୁ ଯୋଜନାରେ ସାମ୍ବାଦିକମାନେ କ୍ୟାବିନ୍ ସୁବିଧା ଓ ଉତ୍କଳ ଚିକିତ୍ସା ସୁଯୋଗ ପାଉଥିଲେ, ଯାହା ଆୟୁଷ୍ମାନ ଭାରତରେ ମିଳିନପାରେ।ଆୟୁଷ୍ମାନ ଯୋଜନା ସାମ୍ବାଦିକଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ଅପର୍ଯ୍ୟାପ୍ତ ବୋଲି ସଂଘଗୁଡ଼ିକ ଯୁକ୍ତି କରିଥିଲେ । ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁବିଧା ଜାରି ରଖିବା ନିଷ୍ପତ୍ତିକୁ ଓଡ଼ିଶା ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ (ଓୟୁଜେ) ସ୍ୱାଗତ କରିଛି। ଏଥିପାଇଁ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।

ଅଧିକ ପଢନ୍ତୁ