ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ତେବେ ବର୍ଷା ଯୋଗୁଁ ପରିବେଶ ଥଣ୍ଡା ହେବା ସହ ତାପମାତ୍ରାରେ ହ୍ରାସ ଘଟିଛି । ପାଣିପାଗରେ ଆସିଥିବା ଏହି ପରିବର୍ତ୍ତନ ଲୋକଙ୍କୁ ଖରା ଓ ଗୁଳୁଗୁଳିରୁ ସାମୟିକ ମୁକ୍ତି ଦେଇଛି । ଆଗାମୀ କିଛି ଘଣ୍ଟା ଯାଏଁ କଟକ ଓ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି ।ଆଜି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ବହିବ । ଏହି 7 ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି ।ଜୁଲାଇ 1 ତାରିଖରୁ ବର୍ଷାର ପରିମାଣ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 4 ଜିଲ୍ଲା ବଲାଙ୍ଗୀର, ସୋନପୁର, ଗରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡା଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜିରା କରାଯାଇଛି । ଏସବୁ ଜିଲ୍ଲାରେ 40-50 କିମି ବେଗରେ ପବନ ବହିବ ।
