ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ। ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ

ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।ସୂଚନା ଅନୁସାରେ, ବୁଧବାର ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ ଏଡ଼ା ଯାତ୍ରା ପରିବେଷଣ ଚାଲିଥିଲା । ଏହି ସମୟରେ ଅଭିନେତା ପୀୟୁଷ ତ୍ରିପାଠୀ ଅଚାନକ ମଞ୍ଚରେ ପଡ଼ିଯାଇଥିଲେ । ଫଳରେ ସେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ କାନା ପାଖରେ ଆଘତ ଲାଗିଛି । ପୀୟୁଷଙ୍କୁ ଦେବଗଡ଼ ମୁଖ୍ୟହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି ।  ସେଠାରେ ତାଙ୍କର ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ କରାଯିବ ବୋଲି ଜଣାପଡିଛି।

ଅଧିକ ପଢନ୍ତୁ