ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ କମିସନ୍ ଫାଇଲ୍ ଗାଏବ ଘଟଣା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ

ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ କମିସନ୍ ଫାଇଲ୍ ଗାଏବ ଘଟଣା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାକୁ ପୁନଃ ରୁଜୁ କରାଯାଇ ‘ସିଆଇଡି ସିବି ପିଏସ୍‌ କେସ୍‌ ନଂ ୦୯/୨୦୨୬, ତାରିଖ ୨୮.୦୭.୨୦୨୬’ ଭାବେ ରୁଜୁ କରାଯାଇଛି । ଏହି ମାମଲାରେ ବିଏନଏସ୍‌ ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ଏବଂ ୬୧(୨)(ବି) ଅନ୍ତର୍ଭୁକ୍ତ କରାଯାଇଛି । କଟକ ସିଆଇଡି କ୍ରାଇମବ୍ରାଞ୍ଚର ଡିଏସପି ଆଶୁତୋଷ ମିଶ୍ରଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ସେହିପରି ସିଆଇଡି ସିବିର ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ ପ୍ରକ୍ରିୟାର ତଦାରଖ ଓ ପରିଚାଳନା କରିବେ।ତଦନ୍ତ ଏବଂ ଅଭିଯୋଗ ପରିଚାଳନା ପାଇଁ ପିଏମଆର ଅଧିନରେ ସମସ୍ତ କାର୍ଯ୍ୟ ଏବଂ ଆଇନଗତ କ୍ଷମତା ସେମାନଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି ।ସୂଚନା ଅନୁସାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ