ସୁନାରେ ତିଆରି ଏହି ମସଜିଦ୍‌

ଉତ୍ତରପ୍ରଦେଶର ଆଲିଗଡର କୋଟ ଅଞ୍ଚଳରେ ଏକ ମସଜିଦ ଅବସ୍ଥିତ ।ଏହାର ନାଁ ହେଉଛି ଜାମା ମସଜିଦ । ଆଲିଗଡର ଜାମା ମସଜିଦ କେବଳ ଭାରତରେ ନୁହେଁ ଏସିଆରେ ସବୁଠାରୁ ଅଧିକ ସୁନା ଲାଗିଥିବା ମସଜିଦ୍‌ ଅଟେ । ଖବର ଅନୁଯାୟୀ ଜାମା ମସଜିଦ୍ ଅବଧି ଏବଂ ମୋଗଲ୍ ସ୍ଥାପତ୍ୟର ଏକ ନିଆରା ମିଳନ ଅଟେ । ତାଜମହଲ ନିର୍ମାଣ କରିଥିବା ମୁଖ୍ୟ ଇଞ୍ଜିନିୟର ଇରାନର ଅବୁ ଇସା ଅଫାଦୀଙ୍କ ନାତି ଜାମା ମସଜିଦ ନିର୍ମାଣ କରିଥିଲେ । ତେବେ ଜାମା ମସଜିଦର ଅନେକ ଅଂଶ ସୁନାରେ ନିର୍ମିତ । ଖାସ୍‌ କରି ମସଜିଦ୍‌ରେ ଥିବା ଗମ୍ପୁଜ । ଜାମା ମସଜିଦରେ ଥିବା ୧୭ଟି ଗମ୍ବୁଜ ସୁନାରେ ନିର୍ମିତ ।

ଏହି ମସଜିଦରେ ପ୍ରାୟ ୫ ରୁ ୬ କ୍ୱିଣ୍ଟାଲ ସୁନା ଅଛି ।ମସଜିଦ୍ର ଗେଟ୍‌ ଏବଂ ଚାରିକୋଣରେ ଛୋଟ ଛୋଟ ମିନାର ରହିଛି । ଏହାବ୍ୟତୀତ ମସଜିଦ୍‌ରେ ୧୮୫୭ ବିପ୍ଳବର ୭୩ ଶହୀଦଙ୍କ କବର ରହିଛି । ଏଥିପାଇଁ ଏହାକୁ ଗଞ୍ଜ-ଇ-ଶହିଦାନ ଅର୍ଥାତ୍ ଶହୀଦମାନଙ୍କର ବସ୍ତି ମଧ୍ୟ କୁହାଯାଏ । ଏହା ବ୍ୟତୀତ ଏହି ମସଜିଦ୍‌ରେ ୫ ହଜାରରୁ ଅଧିକ ଲୋକ ଏକାଠି ବସି ନମାଜ ପଢିପାରିବେ । ଖାସ୍‌ କଥା ହେଉଛି ମହିଳା ମାନଙ୍କ ନମାଜ ପଢିବା ପାଇଁ ପାଇଁ ଏହି ମସଜିଦରେ ଏକ ଅଲଗା ସ୍ଥାନ ରହିଛି ।

ଅଧିକ ପଢନ୍ତୁ