ସୁନା ଦରରେ ବର୍ଷକର ସବୁଠୁ ବଡ଼ ଧରଣର ହ୍ରାସ

ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଖସି ଆସିଛି ସୁନା । ଲଗାତର ସୁନା ଏବଂ ରୁପା ଦର ଖସି ଚାଲିଛି । ନିଜର ନିଜର ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ଉଭୟ ଧାତୁ । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି ।ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବର୍ତ୍ତମାନର ଏହି ତୀବ୍ର ହ୍ରାସ ପରେ ଆଗାମୀ ଦିନରେ ସୁନା ୧ ଲକ୍ଷ ଟଙ୍କା ସ୍ତରକୁ ଖସିବ କିମ୍ବା ଏଠାରୁ ପୁଣିଥରେ ବାଉନ୍ସ ବ୍ୟାକ୍ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କେତେକ ବିଶ୍ଳେଷକଙ୍କ ମତରେ ବଜାର ବର୍ତ୍ତମାନ ‘ଓଭରସୋଲ୍ଡ’ ସ୍ଥିତିରେ ଥିବାରୁ ସ୍ୱଳ୍ପକାଳୀନ ଉଠାଣ ସମ୍ଭାବନା ରହିଛି। ସପୋର୍ଟ ସ୍ତର ଭାଙ୍ଗିଲେ ଆହୁରି ତଳକୁ ଖସିବାର ଆଶଙ୍କା ମଧ୍ୟ ଅଛି। ଦୀର୍ଘକାଳୀନ ନିବେଶକମାନେ ଏହି ହ୍ରାସକୁ ପର୍ୟ୍ୟାୟକ୍ରମେ ସୁନା ସଂଗ୍ରହ କରିବାର ଏକ ସୁଯୋଗ ଭାବେ ଦେଖୁଛନ୍ତି। ବଜାରରେ ନିବେଶ ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୫,୧୦୦ ଟଙ୍କା ଏବଂ ୧,୨୫,୫୭୦ ଟଙ୍କାକୁ ଖସିଆସିଛି । ୨୦୨୫ ଡିସେମ୍ବର ୩୧ରେ ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଜାନୁଆରୀ ୨୯ରେ ବଢ଼ି ୧.୭୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏଥିସହିତ ଦର ୫୩,୦୦୦ ଟଙ୍କା ଖସିଛି । ଅର୍ଥାତ ଧାତୁ ପ୍ରାୟ ୩୦% ଶସ୍ତା ହୋଇଛି । ୨୦୨୫ ଡିସେମ୍ବର ୩୧ରେ ଜାତୀୟ ବଜାରରେ କିଲୋ ପିଛା ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା । ସେବେଠୁ ଏଯାବତ ରୁପା ପାଖାପାଖି ୬୦% ଶସ୍ତା ହୋଇଛି ।

ଅଧିକ ପଢନ୍ତୁ