ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ। ୧୨ ଡିସେମ୍ବରର ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି। ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରେ। ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ଶିବାଜୀ ରାଓ ପରବର୍ତ୍ତି ସମୟରେ ରଜନୀ ଭାବେ ପ୍ରତିଟି ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇପାରିଛନ୍ତି୧୯୭୫ରେ ତାମିଲ ଫିଲ୍ମ ଅପୂର୍ବା ରଙ୍ଗାଲ୍ରେ ସହ ଅଭିନେତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ କିଏ ଭାବିଥିଲା ସେହି ଅଭିନେତା ଯେ ଦିନେ ଭାରତୀୟ ଫିଲ୍ମ ଜଗତର ବେତାଜ୍ ବାଦଶାହ ହେବ ବୋଲି ।
ପରେ ରଜନୀଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ତାମିଲ, ତେଲୁଗୁ, କନ୍ନଡ ଇଣ୍ଡଷ୍ଟ୍ରିରେ ସୃଷ୍ଟି କରିଛି ମାଇଲ୍ଖୁଣ୍ଟ ।ରିପୋର୍ଟ ଅନୁଯାୟୀ ରଜନୀକାନ୍ତଙ୍କ ସମ୍ପତ୍ତି ମୂଲ୍ୟ ୪୩୦ କୋଟି ଟଙ୍କା। ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। ତାଙ୍କର ମହଙ୍ଗା ଜିନିଷ ବିଷୟରେ କହିବାକୁ ଗଲେ, ପ୍ରଥମଟି ହେଉଛି ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା । ଚେନ୍ନାଇର ପୋସ୍ ଗାର୍ଡେନ୍ରେ ରଜନୀକାନ୍ତଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି ।ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା । ବର୍ଷା ଦିନରେ ରକନୀକାନ୍ତଙ୍କ ଘରେ ପାଣି ପଶିଯାଇଥିବା ଖବର ସାମ୍ନକୁ ଆସିଥିଲା ।