ସୌମ୍ୟରଞ୍ଜନ ହତ୍ୟାର ନୂଆ ଭିଡିଓ ପ୍ରମାଣ,୩ ଦିନରେ ପୋଲିସର ଭୁଲ୍ ଦେଖି କ୍ରାଇମ୍‌ବ୍ରାଞ୍ଚ ଜଳକା

GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ୩ ଦିନ ତଦନ୍ତରେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡିର ମାଳ ମାଳ ତ୍ରୁଟି ଧରିଛି।ତଦନ୍ତ ଯେମିତି ଆଗକୁ ବଢ଼ୁଛି, କମିଶନରେଟ୍ ପୋଲିସର ଗୋଟିଏ ପରେ ଗୋଟିଏ ଭୁଲ୍ ପଦାକୁ ଆସୁଛି । ତେବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଭିଡିଓ । ଆରମ୍ଭରୁ ଶେଷ ଯାଏ ରହିଛି ପୁରା ଘଟଣା । ଭିଡିଓ ଆଧାରରେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ପୋଲିସ ପହଞ୍ଚିବା ପୁର୍ବରୁ କିଭଳି ଥିଲା ଗଣ୍ଡଗୋଳ ? ସୌମ୍ୟଙ୍କୁ ଆକ୍ରମଣ ସମୟର ଭିଡିଓରେ ରହିଛନ୍ତି ସାଙ୍ଗ ଓମପ୍ରକାଶ । ସବୁ କିଛି ତଥ୍ୟ ଭିଡିଓରେ ରହିଛି ।ଏପର୍ଯ୍ୟନ୍ତ ୧୨ଜଣ ଗିରଫ ହୋଇଛନ୍ତି । ଭିଡିଓରେ ଅନ୍ୟ ମାନଙ୍କୁ ଚିହ୍ନଟ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ପୁର୍ବତନ ବାଲିଅନ୍ତା ଥାନାଧିକାରୀଙ୍କୁ ଜେରା କରାଯାଉଛି । ଏହାସହ ୫ଜଣ ପୋଲିସ କର୍ମଚାରୀଙ୍କୁ ନେଇ ଚାଲିଛି ମାରାଥନ ଜେରା ।ତଦନ୍ତ ଯେମିତି ଆଗକୁ ବଢ଼ୁଛି, କମିଶନରେଟ୍ ପୋଲିସର ଗୋଟିଏ ପରେ ଗୋଟିଏ ଭୁଲ୍ ପଦାକୁ ଆସୁଛି । ଯଦିଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ମୁହଁ ଖୋଲୁନାହାନ୍ତି, ହେଲେ ସେମାନଙ୍କ ଅସନ୍ତୋଷରୁ ଏସବୁ ସ୍ପଷ୍ଟ ହୋଇଯାଇଛି ।ସବୁଠାରୁ ବଡ଼ କଥା ହେଲା ସୌମ୍ୟଙ୍କ ମୃତ୍ୟୁ ପରେ ବାଲିଅନ୍ତା ଥାନା ପୁଲିସ ସାଇଣ୍ଟିଫିକ୍ ଟିମକୁ ଖବର ଦେଇ ନଥିଲା କି ଘଟଣାସ୍ଥଳରୁ କୌଣସି ତଥ୍ୟ ପ୍ରମାଣ ସଂଗ୍ରହ କରି ନଥିଲା । ଅପରାଧ ସ୍ଥଳକୁ ସାଧାରଣ ଲୋକମାନେ ପର୍ଯ୍ୟଟନ ସ୍ଥଳ ଭାବି ଦେଇଥିଲେ । କ୍ରାଇମବ୍ରାଞ୍ଚ ମାମଲା ନେଲା ପରେ ସାଇଣ୍ଟିଫିକ୍ ଟିମକୁ ନେଇ ଘଟଣାସ୍ଥଳକୁ ଯାଇଛି। ଏତେ ଦିନ ପରେ ସେଠାରୁ କି ପ୍ରମାଣ ପାଇବ ତାକୁ ନେଇ ଅନେକ ପ୍ରଶ୍ନ ଆଗକୁ ଆସୁଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯୁଧିଷ୍ଠିର ଜେନା ଓରଫ ବଣ୍ଟି(୨୩) । ଭାଇରାଲ୍ ଫୁଟେଜରୁ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି ।

ଅଧିକ ପଢନ୍ତୁ