ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଭଏସ ଚେଞ୍ଜିଂ ଆପ୍‌‌ ଜରିଆରେ ମହିଳାଙ୍କ ସ୍ୱରରେ ଯୁବତୀମାନଙ୍କୁ ଫୋନ୍‌‌ କରି ନିଜ ଜାଲରେ ଫସାଇ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ପୁଲିସ କହିଛି।ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀମାନଙ୍କୁ ମହିଳା ଶିକ୍ଷକଙ୍କ ନାମରେ କଲ୍‌‌ ଆସୁଥିଲା। ସେମାନଙ୍କୁ ସ୍କଲାରଶିପ୍‌‌ ମିଳିଥିବା ନେଇ କୁହାଯାଉଥିଲା। ସ୍କଲାରଶିପ୍‌‌ ଅର୍ଥ ନେବା ଲାଗି ନିର୍ଦ୍ଦିଷ୍ଟ ଠିକଣାକୁ ଡକାଯାଉଥିଲା। ଯୁବତୀମାନେ ମହିଳାଙ୍କ ସ୍ୱର ଶୁଣି ତାଙ୍କ କଥାକୁ ବିଶ୍ୱାସ କରିନେଉଥିଲେ।

ଏହାର କୌଣସି ଯାଞ୍ଚ କରୁ ନ ଥିଲେ। କିନ୍ତୁ ମହିଳାଙ୍କ ସ୍ୱରରେ କଲ୍‌‌ କରିଥିବା ବ୍ୟକ୍ତି ଜଣେ ପୁରୁଷ ଥଲା। ଯୁବତୀମାନେ ଦିଆଯାଉଥିବା ଠିକଣାରେ ପହଞ୍ଚିବା ପରେ ଅଭିଯୁକ୍ତ ନିଜକୁ ମହିଳା ଶିକ୍ଷକଙ୍କ ପୁଅର ପରିଚୟ ଦେଉଥିଲା। ତା’ ପରେ ଯୁବତୀଙ୍କୁ ବାଇକରେ ବସାଇ ମହିଳା ଶିକ୍ଷକଙ୍କ ନିକଟକୁ ଯିବା ନାମରେ ଅନ୍ୟତ୍ର ଏକ ଘରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରୁଥିଲା। ଏହିପରି ଭାବେ ସେ ୭ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ପ୍ରଜାପତି ସମେତ ତା’ର ୨ ସହଯୋଗୀଙ୍କୁ ବି ଗିରଫ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଭଏସ ଚେଞ୍ଚର ଆପ୍‌‌ କେତେ ନିରାପଦ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ

kc ads