ସ୍କୁଲ୍‌ ପିଲାଙ୍କ ପାଇଁ ସେପ୍ଟେମ୍ବର ଶେଷରେ ସମେଟିଭ୍ ଆସେସମେଣ୍ଟ

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସମେଟିଭ୍ ଆସେସମେଣ୍ଟ-୧ ଆୟୋଜନ ନେଇ ଓସେପାର ନିର୍ଦ୍ଦେଶ ।୦୨୬-୨୭ ଶିକ୍ଷାବର୍ଷ ପାଇଁ ଶିଶୁ ବାଟିକା ୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ କରାଯିବ । ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍‌ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । । ଏନେଇ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଅଧିକ ପଢନ୍ତୁ