ସ୍ବାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ ଇଶା ଦେଓଲ

ଗତ କିଛି ସମୟ ହେଲା ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଏବଂ ତାଙ୍କ ସ୍ୱାମୀ ଭରତ ତଖ୍‌ତାନୀଙ୍କ ମଧ୍ୟରେ ମତପାର୍ଥକ୍ୟର ଖବର ଆସୁଥିଲା। ଏଥିରେ ଏବେ ଇଶା ଓ ଭରତ ଏକ ମିଳିତ ବିବୃତ୍ତି ଜାରି କରି ସେମାନେ ଅଲଗା ହେଉଥିବା ନେଇ ଖବର ଉପରେ ମୋହର ଲଗାଇ ଦେଇଛନ୍ତି।ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ ଦୁଇ ପିଲାଙ୍କ ଭବିଷ୍ୟତ ଲାଗି ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି। ଏନେଇ ଜଣାପଡ଼ିବା ପରେ ପ୍ରଶଂସକ ଚକିତ ହୋଇଛନ୍ତି। କେତେକ ସୋସିଆଲ ମିଡିଆ ୟୁଜର ଭରତ ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିବାର ଦାବି କରୁଥିଲେ।

ଏଥିରେ ଜଣେ ୟୁଜର ରେଡିଟରେ ଭରତଙ୍କୁ ନ୍ୟୁ ଇୟର ବେଳେ ବେଙ୍ଗାଲୁରର ଏକ ପାର୍ଟିରେ ଦେଖାଯାଇଥିବାର ଦାବି କରିଥିଲେ। ୨୦୧୯ରେ ଇଶା ଦ୍ୱିତୀୟ କନ୍ୟା ମିରାୟାକୁ ଜନ୍ମ ଦେଇଥିଲେ। ଭରତ ତଖ୍‌ତାନୀ ମୁମ୍ବାଇର ଏଚଆର କଲେଜରୁ କମର୍ସ ଓ ଇକୋନମିକ୍ସରେ ଗ୍ରାଜୁଏଟ କରିଥିଲେ।

ଅଧିକ ପଢନ୍ତୁ

kc ads