ସମଗ୍ର ଦେଶରେ ‘ହର୍ ଘର୍ ତିରଙ୍ଗା ୨୦୨୬’ ଅଭିଯାନକୁ ନେଇ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ର ମହିଳାମାନେ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ମିଶନ୍ ଶକ୍ତିର ମହିଳାମାନେ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ଏହି ବୃହତ୍ ଜାତୀୟ କାର୍ଯ୍ୟକ୍ରମରେ ୧,୨୩୫ଟି ଏସ୍.ଏଚ୍.ଜି., ୨୦୧ଟି ଉତ୍ପାଦକ ଗୋଷ୍ଠୀ (ପି.ଜି.) ଏବଂ ୧୩୮ଟି ମହାସଂଘର ମୋଟ ୧୬,୧୬୨ ଜଣ ମହିଳା ସଦସ୍ୟା ସକ୍ରିୟ ଭାବେ ସାମିଲ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି।
