ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ

୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍‌ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତେବେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍‌ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।

୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି।୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହ ସ୍ମୃତିଫଳକ ଦେଇ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ୩ ବର୍ଷ ପାଇଁ ମୋଟ ୪୬ଟି ଚଳଚ୍ଚିତ୍ର ଆବେଦନ କରିଥିବା ବେଳେ ଜୁରିମାନେ ୩୦ ଚଳଚ୍ଚିତ୍ରକୁ ପୁରସ୍କାର ପାଇଁ ଚୟନ କରିଥିଲେ। ଏହି ୩୨ଟି ବିଭାଗରେ ମୋଟ ୧୦୬ ଜଣଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଜୁରୀ କମିଟିର ଅଧ୍ୟକ୍ଷ ସବ୍ୟସାଚ୍ଚୀ ମହାପାତ୍ର, ସଦସ୍ୟ ଗୋପାଳକୃଷ୍ଣ ମହାପାତ୍ର, ଅମରେଶ ପଟ୍ଟନାୟକ, ଶେଖର ଘୋଷ ଓ ବନଜା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

ଅଧିକ ପଢନ୍ତୁ