ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ;ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା ଫ୍ଲିଟର ଅଂଶ ଥିବା ଏହି ହେଲିକପ୍ଟରରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ ଜଣେ ମେଜର ଜେନେରାଲ ଥିଲେ।ଏହି ଦୁର୍ଘଟଣା ଗତ ମେ ୨୦ ତାରିଖରେ ଘଟିଥିଲା, ଯାହାକୁ ଆଜି ସକାଳେ (ମଇ ୨୩) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେନାର ଜଣେ ଅଧିକାରୀ କହିଛନ୍ତି, ଏହି ସିଙ୍ଗିଲ ଇଞ୍ଜିନ ଥିବା ଚିତା ହେଲିକପ୍ଟରକୁ ଜଣେ ଲେଫ୍ଟନାଣ୍ଟ କର୍ନେଲ ଓ ଜଣେ ମେଜର ରାଙ୍କର ଅଧିକାରୀ ଉଡାଉଥିଲେ। ସେଭଳି ଥାର୍ଡ ଇନଫାନଟ୍ରି ଡିଭିଜନ୍ ଜେନେରାଲ ଅଫିସର କମାଣ୍ଡିଂ ଜେନେରାଲ ସଚିନ ମେହେତା ସେଥିରେ ଯାତ୍ରୀ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେନା ଦ୍ବାରା ‘କୋର୍ଟ ଅଫ୍ ଇନକ୍ବାରୀ’ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ମେଜର ଜେନେରାଲ୍ ସଚିନ ମେହେତା ସେଥିରେ ଯାତ୍ରୀ ଭାବରେ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେନା ଦ୍ବାରା ‘କୋର୍ଟ ଅଫ୍ ଇନକ୍ବାରୀ’ ନିର୍ଦେଶ ଦିଆଯାଇଥିଲା। ଦୁର୍ଘଟଣା ପରେ ମେଜର ଜେନୋଲ ମେହେତା ଅନ୍ୟ ଦୁଇ ଅଧିକାରୀଙ୍କ ସହ ନେଇତିବା ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣାରରେ ସମ୍ପୂର୍ଣ୍ଣ ଭାବରେ କ୍ଷତିତଗ୍ରସ୍ତ ହେଲିକପ୍ଟର ପାଖରେ ଚଟାଣରେ ବସିଥିବାର ନଜର ଆସିଛନ୍ତି।

ଅଧିକ ପଢନ୍ତୁ