ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ନୋଏଡା ପୋଲିସ ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଦିଲ୍ଲୀ-ଏନସିଆରରେ ପାର୍ଟିରେ ମନୋରଞ୍ଜନ ପାଇଁ ସାପ ବିଷ ଦେବା ଅଭିଯୋଗରେ ଯାଦବଙ୍କ ସହ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଏ ନେଇ ଜଣେ ପଶୁ କଲ୍ୟାଣ କର୍ମୀ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ମଧ୍ୟ ଏଲଭିଶ ଯାଦବଙ୍କୁ ପଚରାଉଚରା କରିଥିଲା ଏବଂ ମାମଲାର ତଦନ୍ତ ଚାଲିଥିଲା।