ଭୋଟର ତାଲିକାରୁ ନାଁ କାଟିବା ପାଇଁ ଦାଖିଲ କରାଯାଉଥିବା ଫର୍ମ-୭କୁ ନେଇ ଇସିଆଇ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।ଭୋଟର ତାଲିକା ସଂଶୋଧନ ସମୟରେ ଜଣେ ଭୋଟର ସର୍ବାଧିକ ୧୦ଟି ଫର୍ମ-୭ ଦାଖଲ କରିପାରିବେ । ତାଲିକାର ନିୟମିତ ଅପଡେଟ୍ ସମୟରେ ଏହି ସୀମା ପ୍ରତି ମାସରେ ୫ଟି ଆବେଦନ ରହିବ । ଏହି ନିୟମ ଅନଲାଇନ ଏବଂ ଅଫଲାଇନ ଉଭୟ ମାଧ୍ୟମ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ ।ଫର୍ମ-୭ରେ ଆପତ୍ତିକାରୀଙ୍କର ଅରିଜିନାଲ ସିଗନେଚର୍ ରହିବା ବାଧ୍ୟତାମୂଳକ, କେବଳ ମୋହର ମାଧ୍ୟମରେ କାମ ଚଳିବ ନାହିଁ । ERO ଆବେଦନକାରୀଙ୍କ ପ୍ରାମାଣିକତାକୁ ଭଲ ଭାବେ ଯାଞ୍ଚ କରିବେ । ଯଦି କୌଣସି ଅଭିଯୋଗ ମିଥ୍ୟା କିମ୍ବା ମନଗଢ଼ା ବୋଲି ଜଣାପଡ଼େ, ତେବେ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୩୧ ଅନୁଯାୟୀ ଜାଣିଶୁଣି ମିଥ୍ୟା ବିବୃତ୍ତି ଦେଉଥିବା ଆବେଦନକାରୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର BLA (ବୁଥ୍ ଲେଭଲ୍ ଏଜେଣ୍ଟ) ମାନଙ୍କ ପାଇଁ ଡ୍ରାଫ୍ଟ ପ୍ରକାଶନ ପୂର୍ବରୁ ଦିନକୁ ସର୍ବାଧିକ ୫୦ଟି ଏବଂ ପରେ ଦିନକୁ ୧୦ଟିରୁ ଅଧିକ ଫର୍ମ ଜମା କରିବାର ଅନୁମତି ରହିବ ନାହିଁ ।
