ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି ।୧୨ଟାରୁ ୩ ଟା ଯାଏ ଫିଲ୍ଡ ଭିଜିଟ ନ କରିବାକୁ ପରାମର୍ଶ ଦେଇଛନ୍ତି। ସକାଳ ୬୬ରୁ ୧୧ , ଅପରାହ୍ମ ୪ରୁ ସନ୍ଧ୍ୟା ୭ଟା ଯାଏଁ ଫିଲ୍ଡ ୱାର୍କ ରେ ଯୋଗଦେବେ । ଏନେଇ ସମସ୍ତ ଜିଲ୍ଲାପାଳ , ବିଏମସି କମିଶନର ଓ ଡିଇଓ ଚିଠି ଲେଖିଛନ୍ତି ।ଆସନ୍ତା ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା SIR କାର୍ଯ୍ୟକ୍ରମ ଅବଧିରେ ଘରେ ଘରେ ଯାଇ ଯାଞ୍ଚ, ସ୍ୱତନ୍ତ୍ର ଶିବିର, ଦାବି ଓ ଆପତ୍ତି ଗ୍ରହଣ ସହିତ ଭୋଟର ସହାୟତା କାର୍ଯ୍ୟ ଚାଲିବ । ଏହି ସମୟରେ ତୀବ୍ର ଗ୍ରୀଷ୍ମ ପରିସ୍ଥିତି ରହିବାର ସମ୍ଭାବନା ଥିବାରୁ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଫିଲ୍ଡରେ କାମ କରୁଥିବା BLO, BLO ସୁପରଭାଇଜର, AERO ଓ EROମାନଙ୍କ ପାଇଁ କିଛି ଅନିବାର୍ଯ୍ୟ ସୁରକ୍ଷା ନିୟମ ମଧ୍ୟ ଜାରି କରାଯାଇଛି। ପର୍ଯ୍ୟାପ୍ତ ପାଣି, ORS ଓ ଇଲେକ୍ଟ୍ରୋଲାଇଟ୍ ପିଇବା, ହାଲୁକା ରଙ୍ଗର ସୁତି ପୋଷାକ ପିନ୍ଧିବା, କ୍ୟାପ୍ କିମ୍ବା ଛତା ବ୍ୟବହାର କରିବା ଓ ସୂର୍ଯ୍ୟର ପ୍ରତ୍ୟକ୍ଷ ତାପରୁ ଦୂରେ ରହିବାକୁ କୁହାଯାଇଛି। ପ୍ରତ୍ୟେକ ଫିଲ୍ଡ କର୍ମଚାରୀଙ୍କ ପାଖରେ ପାଣି ବୋତଲ, ORS ପ୍ୟାକେଟ୍, କ୍ୟାପ୍ କିମ୍ବା ଛତା ଓ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ରହିଛି।
