ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ବନ୍ଦ ରହିଥିଲା ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ । ତେବେ ଫେବୃଆରୀ ୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ ଏସଆରସି । ଘୋଷଣା ଅନୁସାରେ ପ୍ରଥମେ ଫେବୃଆରୀ ୭ରୁ ଅଷ୍ଟମ ଠାରୁ ଦ୍ୱାଦଶ ଶ୍ରେଣୀ ଏବଂ ୧୪ରୁ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ୧୪ରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ୧୪ରୁ ସ୍କୁଲ ଖୋଲିଲେ ବି ପିଲାମାନେ ୨୮ ତାରିଖରୁ ସ୍କୁଲକୁ ଆସିବେ। ଫେବୃଆରୀ ୨୮ରୁ ସ୍କୁଲରେ ଆରମ୍ଭ ହେବ ପ୍ରତ୍ୟକ୍ଷ ପାଠପଢା। ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରିବେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଫେବୃଆରୀ ୧୪ରେ ଖୋଲିବ ସ୍କୁଲ। ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ, କର୍ମଚାରୀମାନେ ଆସିବେ। ୧୪ରୁ ସ୍କୁଲକୁ ଆସି ସ୍କୁଲ ପରିସରକୁ ସଫେଇ କାର୍ଯ୍ୟ ତଦାରଖ କରିବେ। ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି କରାଯାଇଛି ।
