୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।  ଦିଲ୍ଲୀ PG ଟ୍ରାଜେଡି ପରେ ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । ଅସୁରକ୍ଷିତ ବିଲ୍ଡିଙ୍ଗ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ କମିଟି । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସରକାରୀ ଓ ଘରୋଇ କୋଠାଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ, ମୂଲ୍ୟାଙ୍କନ ଓ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିପଦପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ମୂଲ୍ୟାଙ୍କନ ପୂର୍ବରୁ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ନୋଟିସ୍ ମଧ୍ୟ ଜାରି ହୋଇଛି । ଏହି ପ୍ରସଙ୍ଗରେ ଗତକାଲି ବିଭାଗ ସହ ଆଉ ଏକ ସମୀକ୍ଷା ବୈଠକ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ତେବେ ଯେଉଁ ଅସୁରକ୍ଷିତ କୋଠା ଆମ ବିଭାଗ ଅଧୀନରେ ଆସିବ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯଦି ସେଗୁଡ଼ିକ ଅନ୍ୟ ବିଭାଗର ତେବେ ଆମେ ସେମାନଙ୍କ ସହିତ ସମନ୍ୱୟ ରଖିବୁ ।  ଏପରିକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ