ରାୟଗଡା ତା ୧୯/୦୭ (ନିପ୍ର) ଗତ ଦଶ ଦିନ ଧରି ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ ଅର୍ଥ ହଡ଼ପ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଏମ୍ ଆଇ ଏସ କନ୍ସଲଷ୍ଟାଣ୍ଟ ବିନୟ ହରିଜନ ଓ ରାଜ ରାମେଶ୍ୱର ସାହୁ ନାଁ ରେ ଗତକାଲି ଏତଲା ଦେଲେ ଦାୟିତ୍ୱ ରେ ଥିବା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଅଧିକାରୀ ଅକ୍ଷୟ ଖେମୂଣ୍ଡୁ । ହସ୍ତଗତ ହୋଇଥିବା ଖବର ଅନୁଯାୟୀ ଅଭିଯୁକ୍ତ ବିନୟ ଗତ ପ୍ରାୟ ୭ ବର୍ଷ ଧରି ଏହି ଅର୍ଥ ହଡପ କରିଚାଲିଥିବା ବେଳେ କାର୍ଯ୍ୟାଳୟର କୌଣସି ଏକ ନିର୍ଦ୍ଧିଷ୍ଟ ଏକାଉଣ୍ଟ୍ କୁ ଟାର୍ଗେଟ କରି ଏହି ଅର୍ଥ ହଡପ କରିଥିବା ସୂଚନା ମିଳିଛି । ଏ। ଉକ୍ତ ଦୁଇ ଅଭିଯୋଗଙ୍କ ଆକାଉଣ୍ଟକୁ ସରକାରୀ ଅର୍ଥ ଦେଣନେଣ ହୋଇଥିବା ନେଇ ସୂଚନା ମିଳିଛି। ୨୭୫/୩୬ କେସ ନମ୍ବର ରେ ଆତ୍ମସାତ୍, ଠକାମି, ଜାଲ ଦସ୍ତଖତ, ଅପରାଧିକ ଚିନ୍ତାଧାରା ଧାରା ଅନୁଯାୟୀ ମାମଲା ରୁଜୁ କଲା ରାୟଗଡା ସଦର ପୋଲିସ। ୧ କୋଟି ୯ ଲକ୍ଷ ଟଙ୍କାର ଅର୍ଥ ହଡ଼ପ ହୋଇଥିବା ସୁଚନା ଦେଇଛି ରାୟଗଡା ସଦର ଥାନାଧିକାରୀ ପ୍ରସନ୍ନ କୁମାର ବେହେରା। ୧୦ ଦିନ ହେଲା ଫେରାର ଅଛନ୍ତି ଅଭିଯୁକ୍ତ ବିନୟ। ଏଯାବତ୍ ତାଲା ଝୁଲୁଛି ଜିଲ୍ଳା ନଗର ଉନ୍ନୟନ ସଂସ୍ଥା କାର୍ଯ୍ୟଳୟରେ । ରାୟଗଡା ସଦର ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏ ନେଇ ଉକ୍ତ ଅଭିଯୁକ୍ତ ବିନୟ କୁ ପୋଲିସ ଠାବ କରି ପାରିନଥିବା ବେଳେ ଜୋରଦାର ଖୋଜା ଚାଲିଥିବା ସୁଚନା ମିଳିଛି।
