୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି

ଏପ୍ରିଲ ୨୨ ତାରିଖ । ଭାରତ ପାଇଁ ଏକ କଳାଦିନ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୨ ତାରିଖରେ ଭୟଙ୍କର ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ । ୨୨ ଏପ୍ରିଲ୍, ୨୦୨୨ କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର ଯାହା ଭାରତର ହୃଦୟକୁ ଚିରି ଦେଇଥିଲା । ଘଟଣାର ଏକ ବର୍ଷ ପରେ ଆଜି ମଧ୍ୟ ସେହି ଭୟଙ୍କର ସ୍ମୃତି ଲୋକଙ୍କ ମନରେ ସତେଜ ରହିଛି, କିନ୍ତୁ ଏହା ମଧ୍ୟରେ କାଶ୍ମୀର ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରୁଛି। ଏହି ଆକ୍ରମଣରେ ମୋଟ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।

ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ଶିଳ୍ପକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହାନି ସହିବାକୁ ପଡ଼ିଥିଲା। ହୋଟେଲ ବୁକିଂ ବହୁ ପରିମାଣରେ ବାତିଲ ହୋଇଥିଲା। ଆକ୍ରମଣ ପରେ କିଛି ସମୟ ପାଇଁ ଉପତ୍ୟକା ଶୂନଶାନ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ବଦଳୁଛି: ବେତାବ ଭ୍ୟାଲି, ସୋନମାର୍ଗ ଏବଂ ଗୁଲମାର୍ଗ ଭଳି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ପୁଣି ଦେଖିବାକୁ ମିଳୁଛି। ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ବରୁ ଭାରତୀୟ ସେନା ପାକିସ୍ତାନକୁ କଡ଼ା ମେସେଜ ଦେଇଛି । ଭାରତୀୟ ସେନା କହିଛି ଯେ, ଭାରତ ଭୁଲି ନାହିଁ ଏବଂ ନ୍ୟାୟ ପ୍ରଦାନ କରାଯାଇଛି । ବର୍ତ୍ତମାନ କାଶ୍ମୀର ଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ମତ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ବେଶ କଡ଼ାକଡ଼ି କରାଯାଇଛି। ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତଙ୍କବାଦକୁ ପର୍ଯ୍ୟଟନ ମାଧ୍ୟମରେ ଉଚିତ୍ ଜବାବ ଦେବା। ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ସରକାରଙ୍କ ଆଧୁନିକ ସୁରକ୍ଷା ବଳୟ କାଶ୍ମୀରକୁ ପୁଣିଥରେ ଏକ ନିରାପଦ ପର୍ଯ୍ୟଟନ ସ୍ଥଳ ଭାବରେ ଗଢ଼ି ତୋଳୁଛି। ଘଟଣାର ଏକ ବର୍ଷ ପରେ, କାଶ୍ମୀର ପୁଣିଥରେ ‘ପୃଥିବୀର ସ୍ୱର୍ଗ’ର ମାନ୍ୟତା ଫେରାଇ ଆଣିବାକୁ ପ୍ରସ୍ତୁତ।

ଅଧିକ ପଢନ୍ତୁ