ବିବାଦୀୟ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି।। ଖାସ୍ କରି ଫ୍ୟାନ୍ସମାନେ ଏତେ ସହଜରେ ତାଙ୍କର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାଁନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା ।ତେବେ ତାଙ୍କ ମୃତ୍ୟୁ ଗର୍ଭାଶୟ କର୍କଟ ହେତୁ ହୋଇଥିବା ଜଣାପଡିଛି । ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ପ୍ରତିଟି ବ୍ୟକ୍ତି ପ୍ରେମ, ଶୁଦ୍ଧ ପ୍ରେମ ଏବଂ ଦୟା ପାଇଛନ୍ତି ।ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ ସେନସେସନ ତଥା ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଷ୍ଟାର ଥିଲେ ପୁନମ।
ଏହାପରେ ବି ତାଙ୍କ ଭିତରେ ଥିବା ଦୟାଳୁ ଭାବ ଯୋଗୁ ସେ ସମସ୍ତଙ୍କ ନିକଟରେ ପହଞ୍ଚିପାରିଥିଲେ। ତେବେ ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ତାଙ୍କ ନିଜ ଘରେ ପୁନମଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି।
