୭୭,୦୦୦ରେ ପହଞ୍ଚିଲା ସୁନା ଦର

ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ଅସ୍ଥିରତା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ବିଶ୍ୱ ବଜାରର ଅନିଶ୍ଚିତତା ମଧ୍ୟରେ ଏହି ଧାତୁ ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ୭୬,୦୦୦ ଟଙ୍କା ଉପରେ । ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି। ସୁନାର ଦାମ୍‌ ଗତ ସେସନ୍‌ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି। ଚଳିତବର୍ଷ ଏଯାବତ ସୁନା ଦର ୧୧,୦୦୦ ଟଙ୍କାରୁ ଅଧିକ ବଢ଼ିଛି । ବିଶେଷଜ୍ଞଙ୍କ ଅନୁମାନ, ବର୍ଷ ଶେଷ ସୁଦ୍ଧା ଦର ୭୮,୦୦୦ ଟଙ୍କା ଛୁଇଁପାରେ । ଅନିଶ୍ଚିତତା ମଧ୍ୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଗଣନା କରିଥାନ୍ତି ନିବେଶକ ।

ଅଧିକ ପଢନ୍ତୁ