୭ ବର୍ଷୀୟା ନାବଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅଞ୍ଚଳର ଏକ ଗ୍ରାମରେ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କିୟ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ, ନାବାଳିକା ଜଣଙ୍କ ରାଜସ୍ଥାନ ବାସିନ୍ଦା ହୋଇଥିବା ବେଳେ କିଛିଦିନ ପୂର୍ବରୁ ସେ ନିଜ ଆଇ ଘର ବାମରା ଅଞ୍ଚଳକୁ ଆସିଥିଲେ । ଗତ ୨୭ ତାରିଖ (ବୁଧବାର) ଦିନ ସକାଳେ ପରିବାର ଲୋକ କୌଣସି କାମରେ ସୁନ୍ଦରଗଡ଼ ଯାଉଥିବା ବେଳେ, ଏହି ସମୟରେ ଘରେ କେହି ନଥିବା ସୁଯୋଗକୁ ନେଇ ନାବାଳିକାଙ୍କ ଜଣେ ସମ୍ପର୍କିୟ ସରୋଜ ବାଘ (୨୫) ଓରଫ ଲାଲୋ, ତାଙ୍କୁ ଥଣ୍ଡା ପିଆଇବାର ପ୍ରଲୋଭନ ଦେଖାଇ ଗ୍ରାମ ନିକଟସ୍ଥ ଆମ୍ବ ତୋଟାକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ।ତେବେ ନାବାଳିକା ଜଣଙ୍କ ଦୀର୍ଘ ସମୟ ଧରି ଘରେ ନଥିବାରୁ ସନ୍ଦେହ ହେବା ପରେ ତାଙ୍କ ମାଉସୀ ଓ ଆଇ ଖୋଜାଖୋଜି କରି ଆମ୍ବ ତୋଟା ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖି ଅଭିଯୁକ୍ତ ସରୋଜ ସେଠାରୁ ଦୌଡ଼ି ପଳାଇଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକ ଅଭିଯୁକ୍ତ ସରୋଜଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ ।ଘଟଣା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ଓ ବୟାନ ରେକର୍ଡ ପରେ ସରୋଜକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଯାଇଥିବା ଗୋବିନ୍ଦପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ