ଗୁଗୁଲ ମ୍ୟାପ ଦେଖି କରୁଥିଲେ ଯାତ୍ରା, ନଦୀରେ ଭାସିଗଲା କାର

ପ୍ରାୟତଃ ଅଜ୍ଞାତ ସ୍ଥାନକୁ ଯାତ୍ରା କରିବା ସମୟରେ, ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ ଉପରେ ନିର୍ଭର କରନ୍ତି। କିନ୍ତୁ ସବୁବେଳେ ଗୁଗୁଲ ମ୍ୟାପ୍ସ ଉପରେ ନିର୍ଭର କରିବା ଠିକ ହୋଇ ନ ଥାଏ। କେରଳର କୁରୁପନ୍ତରାଠାରେ ଗୁଗୁଲ ମ୍ୟାପର ବ୍ୟବହାର ଏତେ ମହଙ୍ଗା ପ୍ରମାଣିତ ହୋଇଥିଲା ଯେ ଏଥିରେ ମୃତ୍ୟୁ ହେବା ସୁନିଶ୍ଚିତ ଥିଲା। । କେରଳର କୋଟାୟାମ ଜିଲ୍ଲାର କୁରୁପନ୍ତରା ଅଞ୍ଚଳରେ ଏକ ଏସୟୁଭି ଚଳାଇ ଯାଉଥିବା କିଛି ଯାତ୍ରୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶନିବାର ସକାଳେ ୩ ଜଣ ପୁରୁଷ ଓ ଜଣେ ମହିଳା ପର୍ଯ୍ୟଟକ ଯାଉଥିବା ବେଳେ ଏହି ଘଟଣା ଘଟିଛି।

ପର୍ଯ୍ୟଟକମାନଙ୍କର କୌଣସି ପ୍ରକାରର ଆଘାତ ଲାଗିନାହିଁ। ଠିକ ସମୟରେ ପୁଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ କାରଟି ସ୍ରୋତରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା ଏବଂ ଏହାକୁ ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି।କେରଳରେ ପ୍ରବଳ ବର୍ଷା ହେତୁ ପର୍ଯ୍ୟଟକମାନେ ଯେଉଁ ରାସ୍ତାରେ ଯାଉଥିଲେ ସେହି ସ୍ରୋତରୁ ଜଳ ପ୍ରବାହିତ ହେଉଥିଲା। ଡ୍ରାଇଭର ଏହି ମାର୍ଗ ଦେଖି ନଥିଲେ ଏବଂ ଅନ୍ଧ ଭାବରେ ଗୁଗୁଲ୍ ମ୍ୟାପ୍‌କୁ ଅନୁସରଣ କରି ଜଳରାଶି ଭିତରକୁ ପଶି ଯାଇଥିଲେ।ନିକଟସ୍ଥ ପୁଲିସ ପାଟ୍ରୋଲିଂ ୟୁନିଟ୍ ଏବଂ ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ‌ଦୌଡ଼ିଥିଲେ।

ଅଧିକ ପଢନ୍ତୁ