
ନୟାଗଡ଼,(ଓଡ଼ିଶା ଦର୍ପଣ): ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ କୌଶଳୀ କର୍ମଶାଳା ସୋଲପଟା ଉଚ୍ଚବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ୪୦ ଜଣ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ନନ୍ଦିଘୋର ବାଳିକା ଉଚ୍ଚଵିଦ୍ୟାଳୟର ଗଣିତ ଶିକ୍ଷକ ମାନସ କୁମାର ସାହୁ ଓ ରଘୁଦିବାକର ନୋଡାଲ ଉଚ୍ଚବିଦ୍ୟାଳୟ, କନ୍ଧନୟାଗଡର ଗଣିତ ଶିକ୍ଷକ କ୍ଷୀରୋଧ ଚନ୍ଦ୍ର ରାଉତରାୟ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କର୍ମଶାଳାକୁ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନରେ ଆସିଥିଲେ।