ଲିଙ୍କରୋଡ଼ରୁ ବାଦାମବାଡ଼ି ମଧ୍ୟରେ ଅରୁଣୋଦୟନଗର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଅଞ୍ଚଳର ଏକ ପାର୍କିଂ ସ୍ଥାନରେ ଘଟିଥିବା ଅଗ୍ନିକାଣ୍ଡରେ ଗୋଟିଏ ପରେଗୋଟିଏ ବସ୍ ଜଳି ପାଖାପାଖି ୮ ଟି ବସ୍ ପୋଡ଼ି ଛାରଖାର ହୋଇଯାଇଛି।ଖବର ପାଇ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଓ ବକ୍ସିବଜାର ଦମକଳ କେନ୍ଦ୍ର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଥିଲେ । ନିଆଁ ଲିଭାଇଲା ବେଳକୁ ବସ୍ ଗୁଡ଼ିକର ଇଞ୍ଜିନ୍ ଓ ଲୁହା ବଡି ଛାଡ଼ିଦେଲେ ଆଉ ସବୁ ଜଳି ପାଉଁଶ ହୋଇଯାଇଥିଲା।ଅଗ୍ନିକାଣ୍ଡରେ ଘରୋଇ ସ୍କୁଲର ୪ଟି ଗାଡ଼ି ସମେତ ମୋଟ ୮ ଟି ବସ୍ ଜଳି ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି।ବସରେ କିପରି କି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ ।
