୧୬.୨୭ ଲକ୍ଷ ଜାଲ୍‌ କାର୍ଡରେ ରାଶନ ଲୁଟ୍‌

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍‌ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ ହିତାଧିକାରୀ ରାଶନ ନେଉଛନ୍ତି ତାହା ଧରା ପଡ଼ିଯିବ। ସେମାନଙ୍କ ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦେବେ ନୂଆ ସରକାର । ସେହିଭଳି ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ରାସନ ପହଞ୍ଚାଇବାକୁ ଆସିବ ନୂଆ ଆପ୍ । ପରିବାର ଭାଗ ଭାଗ ହେଲେ କାର୍ଡ ସ୍ପିଲ କରି ପରିବାରର ସବୁ ସଦସ୍ୟଙ୍କୁ ଚାଉଳ ଦେବେ ସରକାର ।

ବିଧାନସଭାରେ ଏମିତି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ବିରୋଧୀ କହୁଛନ୍ତି ସରକାର ଯଦି କହୁଛନ୍ତି ବଡ ବଡିଆ କାର୍ଡ ନେଇଛନ୍ତି ତାହାଲେ ତଦନ୍ତ କରି ଧରୁନାହାନ୍ତି କାହିଁକି ? ଯାହାକୁ ନେଇ ଜୋର୍ ଧରିଛି ରାଜନୀତି ।୨୦୧୧ରେ ରାଜ୍ୟରେ ମୋଟ ୪,୧୯,୬୪,୫୧୮ ଲୋକସଂଖ୍ୟା ଥିଲା। ଏହାକୁ ଆଧାର କରି ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଚାଉଳ ଯୋଗାଇ ଦିଆଯାଇଛି। ଯାହାକି ସମୁଦାୟ ଜନସଂଖ୍ୟାର ୭୮ ପ୍ରତିଶତ। ଇତିମଧ୍ୟରେ ଯେଉଁ ଜନସଂଖ୍ୟା ବଢ଼ିଛି ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨ ହଜାର ୧୪୪ ଜଣଙ୍କୁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କେଉଁଠି ଚାଉଳ ହେରଫେର ହେଉଛି ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ