ବିବାଦରେ ଫସିଛନ୍ତି ଓଡ଼ିଶା ପୋଲିସ ଡିଜି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ମହିଳା ଜେଲରଙ୍କୁ ପକ୍ଷରୁ ତାଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗ ଚୌଦ୍ବାର ଥାନାରେ ହୋଇଛି। ସେ ଚୌଦ୍ବାର ସର୍କଲ୍ ଜେଲ୍ର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶଙ୍କୁ ଦୁଇଥର କଟକର ଦୁଇଟି ହୋଟେଲ୍କୁ ରାତିରେ ଏକୁଟିଆ ଡାକିଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ତାଙ୍କ ବନ୍ଧୁ କୁଳଦୀପ ରଥ। କୁଳଦୀପଙ୍କ ମାଧ୍ୟମରେ ସନ୍ତୋଷିନୀଙ୍କୁ ଫୋନ୍ କରି ହୋଟେଲକୁ ଡକାଯାଇଥିଲା। ସନ୍ତୋଷିନୀ ଯିବାକୁ ମନା କରିବାରୁ ସେବେଠାରୁ ତାଙ୍କୁ ବିଭିନ୍ନ ଉପାୟରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏଭଳି ସଙ୍ଗିନ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ଉପରୋକ୍ତ ଦୁଇଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।ଅବଶ୍ୟ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି ସୁଶାନ୍ତ । ମହିଳା ଜେଲରଙ୍କ ପକ୍ଷରୁ ଦାୟର ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ନାଥ ଉକ୍ତ ମାମଲାକୁ ରଦ୍ଦ କରିବା ପାଇଁ ଅନୁରୋଧ କରିବା ସହ ହାଇକୋର୍ଟଙ୍କୁ ଅନ୍ତରୀଣ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି । ସେପଟେ ପୂରା ଘଟଣାର ମଧ୍ୟସ୍ଥି କୁହାଯାଉଥିବା କୁଲଦୀପ ରଥ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏତଲା ରଦ୍ଦ ପାଇଁ ସେ ମଧ୍ୟ ଆବେଦନ କରିବା ସହିତ ଆଗୁଆ ଜାମିନ ଲୋଡ଼ିଛନ୍ତି।
